କାନ୍ତ କବି - ଯାଜ୍ଞସେନୀ ବେହେରା

 


୧୮୮୮ ରେ ଭୂମିଷ୍ଠ ହୋଇଲେ

ଆମ ପ୍ରିୟ ସାହିତ୍ୟ ସାଧକ

ସଙ୍ଗୀତଜ୍ଞ ଭାବେ ଗୌରବ ଲାଭ କଲେ

ଖେଳି ଗଲା କେତେ ମହକ l (୧)


ଓଡ଼ିଆ ଜାତି ର ଅମୃତ ସନ୍ତାନ

ନାମ କାନ୍ତ କବି ଲକ୍ଷ୍ମୀକାନ୍ତ

ଧରା ପୃଷ୍ଠ କୁ ଓହ୍ଲାଇଲେ ଯେବେ 

ଧନ୍ଯ ହେଲା ଆମ ଭାଷା ସାହିତ୍ୟ । (୨)

କାବ୍ଯ କବିତାରେ ଝରାଇଛନ୍ତି ସେ 

ଜୀବନ ଆଉ ବ୍ୟଥିତ ହୃଦୟର ସ୍ଵର 

ସରସ ସୁନ୍ଦର କାବ୍ଯ ଓ କବିତା 

ସତେ  ଲାଗେ କେତେ ମନୋହର l (୩)

କବିତା ଭିତରେ ଶେଷ୍ଠ ତାଙ୍କର 

"ବନ୍ଦେ ଉତ୍କଳ ଜନନୀ" 

ପ୍ରୀତି ଅର୍ଘ୍ୟ ଢାଳି ରଚନା କରିଥିଲେ 

ଉଚ୍ଚ ହେଲା ଆମ ଉତ୍କଳ ଜନନୀ l (୪)



ଯାଜ୍ଞସେନୀ ବେହେରା 

ଧାନଘେରା, ମୟୁରଭଞ୍ଜ 

Post a Comment

0 Comments